ଭୋଟ ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ ହେବ ବାଧ୍ୟତାମୂଳକ, ନକଲି ମତଦାନ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ – ଆଧାରକାର୍ଡ ସହ ଭୋଟର ଆଇଡି ସଂଯୋଗ କରିବା ପାଇଁ ଏବେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି . ବୁଧବାରରେ ଏଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏକ ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି । ଭୋଟ ପରିଚୟ ପତ୍ର ସହ ଆଧାରକୁ ସଂଯୋଗ କରିବା ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଛି । କିଛି ଲୋକ ଏକାଧିକ ସ୍ଥାନରେ ମତଦାନ କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ନିର୍ବାଚନରେ ସୁଧାର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଧାର ସହ ଭୋଟ ପରିଚୟପତ୍ର ସଂଯୋଗ କରି ମତଦାତାଙ୍କ ସୂଚୀ ପ୍ରସ୍ତୁତ କରାଯିବ । ପୂର୍ବରୁ ଜାନୁଆରୀ ଏକ ତାରିଖକୁ କଟ ଅଫ୍‌ ଏଜ୍‌ ବା ସେହି ଦିନ ୧୮ ବର୍ଷ ବୟସ୍କ ହେଲେ ମତଦାନ ସୂଚୀରେ ସାମିଲ ହୋଇ ପାରୁଥିଲେ । ଏବେ ବର୍ଷକୁ ୪ ଥର ଏହି ବ୍ୟବସ୍ଥା ହୋଇପାରିବ । ଫଳରେ ଜାନୁଆରୀ ୧ ତାରିଖ ପରେ ବି ୧୮ ବର୍ଷ ହେଉଥିବା ଯୁବାମାନେ ମତଦାତା ସୂଚୀରେ ସାମିଲ ହୋଇପାରିବେ ।

ଏବେ ପତ୍ନୀଙ୍କ ସ୍ଥାନରେ ଏଠାରେ ଜୀବନସାଥୀ ଲେଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Comments are closed.