ସରଳ ହେବ ଆଧାରରେ ଠିକଣା ସଂଶୋଧନ

0

ନୂଆଦିଲ୍ଲୀ: ଆଧାର କାର୍ଡରେ ଠିକଣା ସଂଶୋଧନ ପ୍ରକ୍ରିୟା ସରଳ ହେବ। ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରାଧିକରଣ କର୍ତ୍ତୃପକ୍ଷ(ୟୁଏଡିଏଆଇ) ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଏପ୍ରିଲ୍‍ ମାସରୁ ଏହା କାର୍ଯ୍ୟକାରୀ ହେବ ବୋଲି ୟୁଏଡିଏଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନଙ୍କର କୌଣସି ବୈଧ ଠିକଣା ନାହିଁ ସେମାନେ ପରିବର୍ତ୍ତିତ ପ୍ରକ୍ରିୟାରେ ଠିକଣାକୁ ସଂଶୋଧନ କରିପାରିବେ। ଏଥିରେ ଆବେଦନକାରୀଙ୍କୁ ପିନ୍‍ ସହିତ ଆଇଡି ଦିଆଯିବ। ତାହାକୁ ବ୍ୟବହାର କରି ଆବେଦନକାରୀ ସେମାନଙ୍କ ଠିକଣା ବଦଳାଇପାରିବେ। ପ୍ରଚଳିତ ବ୍ୟବସ୍ଥାରେ ଠିକଣା ବଦଳାଇବା ପାଇଁ ଉଦ୍ଦିଷ୍ଟ ଆବେଦନ ପତ୍ର ସହିତ ୩୫ ପ୍ରକାର ପ୍ରମାଣପତ୍ର ମଧ୍ୟରୁ କୌଣସି ଗୋଟିଏର ନକଲ ଦାଖଲ କରିବାକୁ ପଡ଼ୁଛି।

Leave A Reply