କରୋନା ମୁକାବିଲା ଲାଗି ଖୋର୍ଦ୍ଧା ସବ୍-ଡିଭିଜନରେ ବଢିଲା କଟକଣା: ଜୁନ୍ ୩୦ ଯାଏଁ ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍‌

ଖୋର୍ଦ୍ଧା : ଖୋର୍ଦ୍ଧା ସବ୍-ଡିଭିଜନରେ କରୋନା ମୁକାବିଲା କରିବା ପାଇଁ କଟକଣା ବଢାଇଛି ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସୂଚନା ଅନୁସାରେ ଆସନ୍ତା ଜୁନ୍ ୩୦ ଯାଏଁ ଖୋର୍ଦ୍ଧା ସବ୍-ଡିଭିଜନରେ ଲକ୍ ଡାଉନ କଟକଣାକୁ ବୃଦ୍ଧି କରାଯାଇଛି। ଆଜି ଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ସବ୍-ଡିଭିଜନରେ ସକାଳ ୭ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଖୋଲାରହିବ ଦୋକାନ । ଦିନ ୨ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ପୂରା ସଟଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ୍‌ଡାଉନ୍‌ ସମୟରେ କେତେକ ଜରୁରୀ ସାମଗ୍ରୀ ଦୋକାନ ଖୋଲାରହିବ । ଯେପରି ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଖୋଲାରହିବ। ଏହାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଜୁନ୍‌ ୩୦ ଯାଏଁ ବଳବତ୍ତର ଜାରି ରହିବ ସମସ୍ତ କଟକଣା । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପାଇଁ ଲାଗୁ ହେବନାହିଁ ନିୟମ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଯେଉଁ ସବୁ ଅଞ୍ଚଳ ଆସୁଛି,ସେହିସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ପାଳନ କରାଯିବ ।

Comments are closed.