କରୋନା ମୁକାବିଲା : ହୋଟେଲ୍‍ ଓ ଲଜ୍‍ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କୁ ପୃଥକ କରି ରଖିବା ସଂକ୍ରାନ୍ତରେ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି । ଏହିଭଳି
ଲୋକମାନେ ବିଭିନ୍ନ ହୋଟେଲ୍‍ ଓ ଲଜ୍‍ ପ୍ରଭୃତିରେ ରହୁଛନ୍ତି । ସେହି ଲୋକମାନଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଓ ସଂକ୍ରମିତ ହୋଇଥିବାର
ସନ୍ଦେହ କରାଯାଉଥିବା କିମ୍ବା ନିଶ୍ଚିତ ହୋଇଥିବା ବ୍ୟକ୍ତିମାନଙ୍କୁ ପୃଥକ କରି ରଖାଯିବା ପାଇଁ ଏହି ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ଖାଲି ପଡ଼ିଥିବା ହୋଟେଲ୍‍ ଓ ଭଡ଼ା ଘର ଗୁଡ଼ିକରେ ବିଦେଶ ଫେରନ୍ତା ଭାରତୀୟମାନେ ଆସି ରହିବାର ସମ୍ଭାବନା ଥିବା ଯୋଗୁଁ ଏଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସେହିସବୁ ହୋଟେଲ୍‍ ଓ ଭଡ଼ାଘରଗୁଡ଼ିକରେ ବିଦେଶ ଫେରନ୍ତାମାନେ ପୃଥକ ହୋଇ ରହିଲେ ସେମାନଙ୍କର ପରିବାର ଉପରୁ ବିପଦ ଟଳିପାରିବ ଓ ସେହି ଲୋକମାନେ ମଧ୍ୟ ଆରାମରେ ରହିପାରିବେ । ତାଛଡ଼ା ସେମାନେ ସେମାନଙ୍କର ପରିବାରର ସଦସ୍ୟ ତଥା ପଡ଼ୋଶୀମାନଙ୍କୁ ସଂକ୍ରମଣରୁ ମୁକ୍ତ ରଖିପାରିବେ । ସେହି ହୋଟେଲ ଓ ଭଡ଼ା ଘରଗୁଡ଼ିକ ସିଙ୍ଗଲ ରୁମ୍‍ ଭଡ଼ାରେ ଦେଇପାରିବେ । ସେହି ରୁମ୍‍ଗୁଡ଼ିକରେ ୱାସ୍‍ରୁମ୍‍ ଲାଗି କରି ରହିଥିବା ଦରକାର । ରାଜ୍ୟ ସରକାରଙ୍କ ସହ ପରାମର୍ଶ କରାଯାଇ ହୋଟେଲ ଓ ଭଡ଼ା ଘରଗୁଡ଼ିକ ସେମାନଙ୍କର ଭଡ଼ା ନିର୍ଦ୍ଧାରଣ କରିବେ । ସେମାନେ କେଉଁ କେଉଁ ସେବା ଯୋଗାଇ ପାରିବେ ତାହା ମଧ୍ୟ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ନିଷ୍ପତ୍ତି ନେବେ ।
ହୋଟେଲ ଓ ଭଡ଼ା ଘରଗୁଡ଼ିକ ବିଦେଶୀ ଫେରନ୍ତାମାନଙ୍କୁ କେବଳ ପୃଥକ କରି ରଖି ପାରିବେ ନହେଲେ ସଂକ୍ରମିତ ହୋଇଥିବାର ସନ୍ଦେହ
କରାଯାଉଥିବା ଲୋକମାନଙ୍କୁ ରଖିପାରିବେ । କୌଣସି ଗୋଟିଏ ହୋଟେଲ୍‍ ଉଭୟ ଶ୍ରେଣୀର ଲୋକମାନଙ୍କୁ ରଖିବା ପାଇଁ ନିଷେଧ କରାଯାଇଛି । ଉଭୟ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ମିଳାମିଶାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି । ସଂକ୍ରମିତ
ହୋଇଥିବାର ସନ୍ଦେହ କରାଯାଉଥିବା ଓ ନିଶ୍ଚିତ ହୋଇଥିବା ବିଦେଶୀ ଫେରନ୍ତାମାନେ ପୃଥକ ହୋଇ ରହିଥିବା ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରିପାରିବେ ନାହିଁ । ସେହି ହୋଟେଲଗୁଡ଼ିକରେ ଦିନରାତି ୨୪ ଘଣ୍ଟା ଡାକ୍ତର ଓ ନର୍ସମାନଙ୍କୁ ରଖିବାର ବ୍ୟବସ୍ଥା ହୋଟେଲ ମାଲିକଙ୍କ ଦାୟିତ୍ୱରେ ଦିଆଯାଇଛି । ଡାକ୍ତର ଓ ନର୍ସମାନେ ପ୍ରତିଦିନ ଥରେ ଲେଖାଏଁ ସମସ୍ତଙ୍କୁ ଯାଞ୍ଚ କରିବେ।

Comments are closed.