ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷଣ ବ୍ୟବସ୍ଥା ସ୍ବାଭାବିକ

ଭୁବନେଶ୍ବର: କୋଭିଡ୍-୧୯ ପରିପ୍ରେକ୍ଷୀରେ ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିକୂଳତାକୁ ଅତିକ୍ରମ କରି ସ୍କୁଲଗୁଡ଼ିକ ପାଇଁ ଡିଜିଟାଲ୍ ଶିକ୍ଷଣ ବ୍ୟବସ୍ଥାକୁ ସ୍ୱାଭାବିକ କରିଛି। ଗୁଣାତ୍ମକ ଶିକ୍ଷା ବିକାଶର ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ସୁନିଶ୍ଚିତ କରିଛି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।