ଆଦର୍ଶ ବିଦ୍ୟାଳୟ ନାମଲେଖା: ଫେବ୍ରୁଆରି ୨୦ ଆବେଦନ ଶେଷ ତାରିଖ, ମାର୍ଚ୍ଚ ୮ରେ ପ୍ରବେଶିକା ପରୀକ୍ଷା

ରାଜ୍ୟରେ ଥିବା ୨୫୦ଟି ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ସୂଚନା ଦିଆଯାଇଛି। ଆବେଦନର ଶେଷ ତାରିଖ ଫେବୃଆରୀ ୨୦ ତାରିଖ ଥିବା ବେଳେ ଆସନ୍ତା ମାର୍ଚ୍ଚ ୮ରେ ପ୍ରବେଶିକା ପରୀକ୍ଷା ହେବ ବୋଲି ଜଣାପଡିଛି। ଆଦର୍ଶ ବିଦ୍ୟାଳୟ ସଂଗଠନ ୱେବସାଇଟ୍‌ www.oav.edu.inରୁ ଫର୍ମ ଡାଉନଲୋଡ୍‌ କରି ଇଛୁକ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ। ଏଥିରେ ନାମ ଲେଖା ପାଇଁ ମାର୍ଚ୍ଚ ୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ଲ୍ୟାଟେରାଲ ଏଣ୍ଟ୍ରି ମାଧ୍ୟମରେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଖାଲିଥିବା ଆସନ‌ ପାଇଁ ନାମଲେଖା ହେବ।ଚଳିତବର୍ଷ ପ୍ରତ୍ୟେକ ବିଦ୍ୟାଳୟରେ ୫୦% ସିଟ୍‌ ଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବ।

Comments are closed.