ଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’; ୩ ଘଣ୍ଟା ପାଇଁ ବନ୍ଦ ସର୍ବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲିି ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଯଥାବିଧି ସମ୍ପନ୍ନ ହେବ। ପାରମ୍ପରିକ ରୀତିନୀତି ଅନୁଯାୟୀ ହେରାପଞ୍ଚମୀ ନୀତି ପୂର୍ବ ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାଯିବାର ବିଧି ରହିଛି ।

ତେଣୁ ଆସନ୍ତାକାଲି ସୋମବାର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବ ସାଧାରଣ ଦର୍ଶନ ପ୍ରାୟ ୩ ଘଣ୍ଟା ପାଇଁ ବନ୍ଦ ରହିବ।

 

Comments are closed.