କରୋନା ଅପଡେଟ୍: ସାଂସଦ ନୁସରତ ଜହାଁଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି, କରୋନା ସଂକ୍ରମିତ ସନ୍ଦେହ

କୋଲକାତା: ଲୋକସଭା ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଠାରେ କରୋନା ସଂକ୍ରମିତ ଲକ୍ଷଣ ଦେଖା ଯାଇଛି। ତାଙ୍କର ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ନିକଟରେ ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ କରୋନା ଯୁଦ୍ଧର ମୁକାବିଲା ପାଇଁ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରିଲିଫ୍ ପାଣ୍ଠିରୁ ଅର୍ଥ ଦାନ କରିଥିଲେ। ସୋସିଆଲ ମିଡିଆରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ସେ ଅନେକ ଥର କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କୁ ସଚେତନ ବାର୍ତ୍ତା ମଧ୍ୟ ଦେଇଥିଲେ।

ବର୍ତ୍ତମାନ ଜାଣିବାକୁ ମିଳିଛି ଯେ, ତାଙ୍କ ପିତା ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ ଏବଂ ଥଣ୍ଡା କାଶ , ଜ୍ୱରର ଲକ୍ଷଣ ଦେଖାଇଥିଲେ। ସୋମବାର ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପରିବାର ସୂତ୍ରରୁ ଜଣାପଡିଛି।

ସୂଚନା ଅନୁଯାୟୀ, ତାଙ୍କ ପିତାଙ୍କ ବିଦେଶ ଯାତ୍ରା କିମ୍ବା ଅନ୍ୟ କୌଣସି ରାଜ୍ୟକୁ ଯିବାର ରେକର୍ଡ ନାହିଁ। ସୋମବାର ରାତିରେ ତାଙ୍କର ନମୁନା ରିପୋର୍ଟ ଆସିବ, ଯାହା ପରେ ସେ ସଂକ୍ରମିତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହେବ।

Comments are closed.