କରୋନା ନେଲା ଆଉ ଜଣେ ଅଭିନେତ୍ରୀଙ୍କ ଜୀବନ

ମୁମ୍ବଇ: କରୋନାର ଶିକାର ହୋଇ ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ‘ଛିଛୋରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିଳାଷା ପାଟିଲଙ୍କର କୋଭିଡ଼୍-୧୯ ସଂକ୍ରମଣ ଯୋଗୁଁ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ୪୭ ବର୍ଷିୟା ଅଭିଳାଷା ଅନେକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଶୁଟିଂ ପାଇଁ ସେ ବାରଣାସୀ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା ଏବଂ ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ବୁଧବାର ତାଙ୍କର ପରଲୋକ ଘଟିଛି। ଅଭିଳାଷା ଛିଛୋରେ, ବଦ୍ରିନାଥ କି ଦୁଲହନିଆ, ଗୁଡ୍ ନ୍ୟୁଜ୍ ଏବଂ ମଲାଲ୍ ଅନେକ ବଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ମରାଠୀ ଚଳଚ୍ଚିତ୍ର ଜଗତର ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ।

ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଅଭିନେତା ଅଭିନେତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି କଳାକାର ପ୍ରାଣ ମଧ୍ୟ ହରାଇଛନ୍ତି।

Comments are closed.