ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କର ବୁଧବାର ପରଲୋକ ଘଟିଛି। ସେ କିଛି ମାସ ଧରି ଫୁସ୍ଫୁସ ଜନିତ କର୍କଟ ରୋଗରେ ପୀଡିତ ହୋଇଥିଲେ। ଆୟୁଷ୍ମାନ୍ ଖୁରାନାଙ୍କ ପ୍ରଥମ ଫିଲ୍ମ ‘ଭିକି ଡୋନର’ରେ ଭୂପେଶ ଚମତ୍କାର ଅଭିନୟ କରିଥିଲେ। ନେସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷା ଗ୍ରହଣ କରି ବଲିଉଡ ଜଗତରେ ପାଦ ଦେଇଥିଲେ ଭୂପେଶ। ସେ ଚତୁର୍ଥ ପର୍ଯ୍ୟାୟ ଫୁସ୍ଫୁସୀୟ କର୍କଟରେ ଚିକିତ୍ସାଧୀନ ଧରି ଜୀବନ ସହ ସଂଘର୍ଷ କରୁଥିଲେ। ଭିକି ଡୋନର ବ୍ୟତୀତ ହଜାରୋଁ ଖ୍ବାଇସେ ଏସୀ, ଦିଲ୍ଲୀ କ୍ରାମ୍, ଗାନ୍ଧୀ ଟୁ ହିଟଲର୍, ପରମାଣୁ : ଦ ଷ୍ଟୋରୀ ଅଫ୍ ପୋଖରାନ୍ ଭଳି ବହୁ ୱେବ୍ ସରିଜ୍ରେ ମଧ୍ୟ ଅତି ଚମତ୍କାର ଅଭିନୟ କରିଥିଲେ ଭୂପେଶ।