ସଡକ ଦୁର୍ଘଟଣାରେ ଅଭିନେତ୍ରୀ ଶବାନା ଆଜମୀ ଆହତ

ମୁମ୍ବଇ: ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ପସିଦ୍ଧ ଅଭିନେତ୍ରୀ ଶବାନା ଆଜମୀ। ଶନିବାର ମୁମ୍ବଇ –ପୁଣେ ଏକ୍ସପ୍ରେସ୍ ୱେର କୋହ୍ଲପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଶବାନାଙ୍କ କାର। କାରରେ ଶବାନାଙ୍କ ସମେତ ତାଙ୍କ ସ୍ବାମୀ ତଥା ପ୍ରସିଦ୍ଧ ଅଭିନେତା ଓ ଗୀତିକାର ଜାଭେଦ ଅଖତର ଓ ଡ୍ରାଇଭର ଥିଲେ। ମୁମ୍ବଇ –ପୁଣେ ଏକ୍ସପ୍ରେସ୍ ୱେର କୋହ୍ଲପୁର ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ଶବାନାଙ୍କ କାର। ଦୁର୍ଘଟଣାରେ ଶବାନା ଆଜମୀ ଓ ତାଙ୍କ ଡ୍ରାଇଭର ଆହତ ହୋଇଥିବା ବେଳେ ଜାଭେଦ ଅଖତର ସୁରକ୍ଷିତ ଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଶବାନା ଆଜମୀଙ୍କୁ ଚିକିତ୍ସା ପାଇଁ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.