ନିଜ ମାଆଙ୍କୁ ହତ୍ୟା କରିଥିଲେ ଅଭିନେତା; ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ନେଟଫ୍ଲିକ୍ସର ଲୋକପ୍ରିୟ ଶୋ’ ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ ରିଆନ୍ ଗ୍ରନ୍ଥମ୍‌ ତାଙ୍କ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛଅ ମାସ ପୂର୍ବେ ସେ କୋର୍ଟରେ ନିଜ ଦୋଷ ସ୍ବୀକାର କରିଥିଲେ। ଆଉ ଏବେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରିଆନ୍ ଜୀବନରେ କେବେହେଲେ ବନ୍ଧୁକ ବ୍ୟବହାର କରିପାରିବେ ନାହିଁ। ଏଥିସହ ଜେଲରେ ରହିବାର ୧୪ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ପାରୋଲରେ ମୁକ୍ତ କରାଯିବ ନାହିଁ।

କାନାଡ଼ାର ଭାନକୋଭର ସ୍ଥିତ ବ୍ରିଟିଶ କଲମ୍ବିଆର ସୁପ୍ରିମକୋର୍ଟ ରିଆନଙ୍କୁ ଦଣ୍ଡିତ କରିଛନ୍ତି। ମାର୍ଚ୍ଚ ୨୦୨୦ରେ ରିଆନ୍ ତାଙ୍କ ୬୪ ବର୍ଷ ବୟସ୍କା ମାଆ ବାରବରା ​‌ୱେ​‌ଟ୍‌ଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜଷ୍ଟିସ୍ କ୍ୟାଥଲିନ୍ କେର୍ କୋର୍ଟଙ୍କ ନିଷ୍ପତ୍ତି ଶୁଣାଇ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିଛନ୍ତି।

 

Comments are closed.