କଂଗ୍ରେସରେ ମିଶିବେ ଅଭିନେତା ରାଜପାଲ ଯାଦବ, ଦିଲ୍ଲୀରୁ ହେବେ ପ୍ରାର୍ଥୀ!

ନୂଆଦିଲ୍ଲୀ : ଖୁବଶୀଘ୍ର ଅଭିନେତା ରାଜପାଲ ଯାଦବ କଂଗ୍ରେସରେ ଯୋଗଦେବେ ଓ ଦିଲ୍ଲୀର କୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଅଭିନେତା ରାଜପାଲ ଯାଦବ ଗୁରୁବାର ଦିଲ୍ଲୀ କଂଗ୍ରେସ ସଭାପତି ଶୀଲା ଦୀକ୍ଷିତଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ।
ସେଠାରୁ ଆସିବା ପରେ ରାଜପାଲ କହିଥିଲେ ଯେ ସେ ଲୋକସଭା ନିର୍ବାଚନ ଲଢିବା ପାଇଁ ଯୋଜନା କରିଛନ୍ତି। ଏହାସହ କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ଯେ ରାଜପାଲ ଯାଦବ ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ଟିକେଟ ମାଗୁଛନ୍ତି। ଦିଲ୍ଲୀ ବିଜେପି ସଭାପତି ତଥା ଭୋଜପୁରୀ ଗାୟକ ମନୋଜ ତିୱାରୀ ଏହି ଆସନରୁ ନିର୍ବାଚନ ଲଢୁଥିବାବେଳେ ରାଜପାଲ ତାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି।

ପ୍ରକାଶଯୋଗ୍ୟ ଯେ ୨୦୧୬ରେ ରାଜପାଲ ଯାଦବ ସର୍ବ ସମ୍ଭବ ପାର୍ଟି ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ। ତେବେ ସେ ନିଜ ଦଳରୁ ବା କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ, ତାହା ୨ରୁ ୩ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ରାଜପାଲ କହିଛନ୍ତି।

Comments are closed.