ଅଭିନେତ୍ରୀ କୁମ୍‍କୁମ୍‍ଙ୍କ ପରଲୋକ

ମୁମ୍ବଇ : ବଲିଉଡ ଅଭିନେତ୍ରୀ କୁମ୍‍କୁମ୍‍ଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୮୬ବର୍ଷ ହୋଇଥିଲା। କୁମ୍‍କୁମ୍‍ଙ୍କ ପରଲୋକ ସମ୍ପର୍କରେ ନାଭେଦ ଜାଫ୍ରି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ମିଷ୍ଟର ଏକ୍ସ ଇନ ବମ୍ବେ, ମଦର ଇଣ୍ଡିଆ, ସନ ଅଫ ଇଣ୍ଡିଆ, କୋହିନୂର, ଉଜାଲା, ଆଖେଁ, ଲଲକାର, ଏକ କୁଆଁରା ଏକ କୁଆଁରି, ଆର ପାର ଭଳି ଚଳଚ୍ଚିତ୍ର ପାଇଁ କୁମ୍‍କୁମ୍‍ ବେଶ ଚର୍ଚ୍ଚିତ ଥିଲେ। ଗୁରୁଦତ୍ତଙ୍କ ଚଳଚ୍ଚିତ୍ର ‘ଆର ପାର’ର ଲୋକପ୍ରିୟ ଗୀତ କଭି ଆର କଭି ପାରରେ ଅଭିନୟ କରିଥିଲେ। ନିଜର ନୃତ୍ୟ ପାଇଁ ସେ ପ୍ରସିଦ୍ଧ ଥିଲେ।

Comments are closed.