ଅଲଗା ହେବେ ବଲିଉଡ଼ର ଆଉ ଏକ ଯୋଡ଼ି

ମୁମ୍ବାଇ: ମନୋରଞ୍ଜନ ଜଗତରେ ଗତ କିଛି ଦିନ ହେବ ସମ୍ପର୍କ ଭାଙ୍ଗୁଥିବା ଖବର ସାମ୍ନାକୁ ଆସୁଛି। ଏବେ ପୁଶି ଏକ ଯୋଡ଼ି ଭାଙ୍ଗିବାକୁ ଯାଉଛି। ଖବର ଅନୁଯାୟୀ, ବଲିଉଡ଼ ଅଭିନେତା ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ଅବନ୍ତିକା ମଲିକ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଇମ୍ରାନ ଦୀର୍ଘ ଦିନ ଧରି ବଲିଉଡ଼ ଶିଳ୍ପଠାରୁ ଦୂରେଇ ରହିଛନ୍ତି। ଶେଷ ଥର ପାଇଁ ତାଙ୍କୁ ୨୦୧୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଟ୍ଟି ବଟ୍ଟି’ରେ ଦେଖିବାକୁ ମିଳିଥିଲା। ଫିଲ୍ମ ଓ କ୍ୟାରିଅର ବ୍ୟତୀତ ଅଭିନେତା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥାଆନ୍ତି। ଅନେକ ଦିନ ହେବ ଅଭିନେତା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଦୂରତା ସମସ୍ତଙ୍କ ସାମ୍ନାକୁ ଆସୁଥିଲା। ଇତି ମଧ୍ୟରେ ତାଙ୍କ ବୈବାହିକ ଜୀବନ ସହ ଜଡ଼ିତ ଏହି ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ପତ୍ନୀ ଅବନ୍ତିକାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଇମ୍ରାନ। ଦୀର୍ଘ ଦିନ ଧରି ଦୁହେଁ ପରସ୍ପରଠାରୁ ଅଲଗା ରହୁଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ଚାଲିଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉଭୟେ ଏହି ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଇମ୍ରାନ ଖାନ ଦୀର୍ଘ ସମୟ ଧରି ଚଳଚ୍ଚିତ୍ର ଏବଂ ଇଣ୍ଡଷ୍ଟ୍ରିରୁ ନିଖୋଜ ଥିଲେ। ଇଣ୍ଡଷ୍ଟ୍ରିରେ କାମ ନପାଇବାରୁ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏଭଳି ପରିସ୍ଥିତିରେ ଆର୍ଥିକ ସମସ୍ୟା ଯୋଗୁ ଇମ୍ରାନ ଏବଂ ଅବନ୍ତିକାଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା, ଯାହାର ପ୍ରଭାବ ସେମାନଙ୍କ ଝିଅ ଉପରେ ପଡ଼ିବାକୁ ଲାଗିଲା। ଉଭୟଙ୍କ ପରିବାର ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନଥିଲା ଏବଂ ଅବନ୍ତିକା ତାଙ୍କ ଝିଅ ସହିତ ତାଙ୍କ ପିତାଙ୍କ ଘରେ ରହୁଛନ୍ତି।

 

 

Comments are closed.