ବିଜେପିରେ ଯୋଗଦେଲେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଧାରାବାହିକର ‘ରାମ’ ଅରୁଣ ଗୋଭିଲ୍

ରାଜନୈତିକ ବିଶ୍ଲେଷକଙ୍କ ଆକଳନ ବିଜେପିର ହିନ୍ଦୁତ୍ବ ରାଜନୀତି ପାଇଁ ଅରୁଣ ଗୋଭିଲଙ୍କ ଯୋଗଦାନ ବେଶ୍‌ ସୁହାଇବ

ନୂଆଦିଲ୍ଲୀ: ଜଣାଶୁଣା ଟିଭି ଧାରାବାହିକ ‘ରାମାୟଣ’ରେ ରାମ ଭୂମିକା ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ୍ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଅରୁଣ ଗୋଭିଲ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ବିଜେପି ଦଳର ସଦସ୍ୟତା ପଦ ଗ୍ରହଣ କରଛନ୍ତି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଗତ ବର୍ଷ କରୋନା କଟକଣା ସମୟରେ ଲକଡାଉନ୍ ଜାରି ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପୁଣିଥରେ ପ୍ରସାରଣ ଆରମ୍ଭ କରାଯାଇଥିଲା। ଲକଡାଉନ ସମୟରେ ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ଏହା ପରଠାରୁ ଅଭିନେତା ଅରୁଣ ଗୋଭିଲଙ୍କର ରାଜନୀତିକୁ ଆସିବା ନେଇ ଖୁବ୍ ଚର୍ଚ୍ଚା ଜୋର ଧରିଥିଲା।


୧୯୮୭ରେ ମୁକ୍ତିଲାଭ କରିଥିବା ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରି ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ ଅଭିନେତା ଅରୁଣ ଗୋଭିଲ୍।ଏ ପରିକି ଲୋକେ ଟିଭି ସମ୍ମୁଖରେ ଧୂପକାଠି ଧରି ତାଙ୍କୁ ଭଗବାନ ରାମ ଭାବେ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଦର୍ଶକମାନେ ଭଗବାନ ରାମଙ୍କ ରୂପରେ ଯେଉଁ ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ ସେ ହିଁ ଅଭିନେତା ଅରୁଣ ଗୋଭିଲ। କରୋନା କଟକଣା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା ଏବଂ ଏହି ସମୟରେ ପୁଣିଥରେ ଦୂରଦର୍ଶରେ ରାମାୟଣର ପୁନଃ ପ୍ରସାରଣ କରାଯାଇଥିଲା, ଯାହା ସାରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ସମୟରେ ଦେଶରେ ୭.୭୦ କୋଟି ଲୋକ ରାମାୟଣ ଦେଖିଥିଲେ।
ରାଜନୈତିକ ବିଶ୍ଲେଷକଙ୍କ ଆକଳନ ଅନୁଯାୟୀ ରାମାନନ୍ଦ ସାଗରଙ୍କ ନିର୍ମିତ ‘ରାମୟଣ’ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ବିଜେପିରେ ସାମିଲ ହୋଇଛନ୍ତି। ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ଅରୁଣ ଗୋଭିଲଙ୍କ ବିଜେପିର ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।
ବିଶେଷକରି ବିଜେପିର ହିନ୍ଦୁତ୍ବ ରାଜନୀତି ପାଇଁ ଅରୁଣ ଗୋଭିଲଙ୍କ ଯୋଗଦାନ ବେଶ ସୁହାଇବ ବୋଲି ସେମାନେ କହିଛନ୍ତି।
ଅଶୀ ଦଶକର ଶେଷ ଭାଗରେ ଦୂରଦର୍ଶନରେ ପ୍ରସାରିତ ‘ରାମାୟଣ’ ଧାରାବାହିକରେ ରାମ ଭୂମିକାରେ ଅଭିନୟ ତାଙ୍କୁ ଭାରତର ଘରେ ଘରେ ପରିଚିତ କରାଇଥିଲା । କେବଳ ଭାରତ ନୁହେଁ, ସାରା ବିଶ୍ବରେ ସେ ଲୋକପ୍ରିୟ ହୋଇଯାଇଥିଲେ ।

ରାମାୟଣରେ ଅଭିନୟ କରିବା ପୂର୍ବରୁ ସେ ଲୋକପ୍ରିୟ ଧାରାବାହିକ ‘ବିକ୍ରମ ବେତାଳ’ରେ ରାଜା ବିକ୍ରମାଦିତ୍ୟ ସମେତ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ଏଥିସହ ବହୁ ହିନ୍ଦୀ ଚଳଚ୍ଚିତ୍ର ସମେତ ଓଡ଼ିଆ ଚଳଚ୍ଚିତ୍ର ‘ବିଧିର ବିଧାନ’ ମଧ୍ୟ ସେ ନାୟକ ଭାବେ ଅଭିନୟ କରିଥିଲେ।

Comments are closed.