ବରବରା ରାଓ ଗିରଫ

0

ହାଇଦରାବାଦ : ମହାରାଷ୍ଟ୍ରର ଭୀମା କୋରୋଗାଓଁ ହିଂସା ଘଟଣାରେ ପୁଣେ ପୁଲିସ ଶନିବାର ବାମପନ୍ଥୀ ଚିନ୍ତକ ତଥା କବି ବରବରା ରାଓଙ୍କୁ ହାଇଦରାବାଦରୁ ଗିରଫ କରିଛି। ପୁଣେରେ ଏଲଗାର ପରିଷଦ କାର୍ଯ୍ୟକ୍ରମ ଆୟୋଜନ ଓ ମାଓବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗରେ ଅଗଷ୍ଟ ୨୮ରେ ତାଙ୍କୁ ଗିରଫ କରାଯାଇଥିଲା; କିନ୍ତୁ ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ସେ ଗୃହବନ୍ଦୀ ରହିଥିଲେ। ହାଇଦରାବାଦ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ଙ୍କ ଟ୍ରାଞ୍ଜିଟ୍‍ ରିମାଣ୍ଡ ନିର୍ଦେଶ ପ୍ରତିବାଦରେ ରାଓ ହାଇକୋର୍ଟ ଯାଇଥିଲେ; କିନ୍ତୁ ସେଠାରେ ଏହା ଖାରଜ ହେବା ପରେ ପୁଲିସ ତାଙ୍କୁ ଶନିବାର ସନ୍ଧ୍ୟରେ ନିଜ ଘରୁ ଗିରଫ କରିଛି। ରବିବାର ରାଓଙ୍କୁ ପୁଣେ କୋର୍ଟରେ ହାଜର କରାଯିବ। ପୂର୍ବରୁ ପୁଣେ ପୁଲିସ ରାଓଙ୍କ ସାଥୀ ସୁଧା ଭରଦ୍ୱାଜ, ଅରୁଣ ଫେରେରା ଓ ଭେରୋନ୍‍ ଗନସାଲଭେସ୍‍ଙ୍କୁ ଗିରଫ କରିଛି।

Leave A Reply