୨୧ଶହ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ  : ଜନପ୍ରତିନିଧି ଆଇନ ଅନୁଯାୟୀ କେନ୍ଦ୍ର ନିର୍ବାଚନ ଆୟୋଗ ଅଣ ମାନ୍ୟତା ପ୍ରାପ୍ତ ୨୧୦୦ଟି ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରୁ ୮୭ଟି ଦଳ ଆଦୌ ନଥିବା ଜଣାପଡ଼ିଛି। ୧୯୬୮ ଆଇନ ଅନୁଯାୟୀ ସେମାନଙ୍କ ଚିହ୍ନ ବା ମୋହର ପ୍ରତ୍ୟାହାର କରାଯାଇଛି। ୨,୧୭୪ଟି ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ଆୟ ରିପୋର୍ଟ ଦାଖଲ କରି ନାହାନ୍ତି। କେତେକ ଦଳ ଗୁରୁତର ଅର୍ଥନୈତିକ ବିଭ୍ରାଟରେ ଜଡ଼ିତ ଥିବା ପ୍ରମାଣ ମିଳିଛି ବୋଲି ଆୟୋଗ କହିଛନ୍ତି। ଦାନ ଅର୍ଥ କିମ୍ବା ଚାନ୍ଦା ସଂକ୍ରାନ୍ତରେ ଅଧିକାଂଶ ଦଳ ସୂଚନା ଦାଖଲ କରି ନାହାନ୍ତି। ୨୧୦୦ ରୁ ୯୨ ପ୍ରତିଶତ ଦଳ ସେମାନଙ୍କ ଆୟ ସଂକ୍ରାନ୍ତ କୌଣସି ତଥ୍ୟ ଆୟୋଗଙ୍କ ନିକଟରେ ଦାଖଲ କରି ନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନରୁ ଏପର୍ଯ୍ୟନ୍ତ ୨,୦୫୬ଟି ଦଳ ବାର୍ଷିକ ଅଡିଟ ରିପୋର୍ଟ ଦାଖଲ କରି ନାହାନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ୧୧୫ଟି ଦଳର ୬୨୩ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚ ତାଲିକା ଦାଖଲ କରି ନାହାନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୧୫ ଜଣ ଏହି ତାଲିକା ଦାଖଲ କରିଛନ୍ତି। ଏହି ଦଳଗୁଡ଼ିକର ମୁଖ୍ୟାଳୟ ଆସାମ, ତାମିଲନାଡ଼ୁ, ପୁଦୁଚେରୀ, କେରଳ ଓ ପଶ୍ଚିମବଙ୍ଗରେ ବୋଲି ଆୟୋଗ କହିଛନ୍ତି।

Comments are closed.