ପୁଲିସ ଗାଡି ଧକ୍କାରେ ଛାତ୍ରୀ ଗୁରୁତର, ଘଟଣାସ୍ଥଳରେ ପୋଡାଜଳା

0

ବଲାଙ୍ଗୀର: ପୁଲିସ ଗାଡି ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତଲୋକେ ଭାଗୀରଥୀ ଛକ ନକିଟରେ ରାସ୍ତା ଅବରୋଧ କରିବା ସହ ଜଳା ପୋଡା କରିଛନ୍ତି । ସେଠାରେ ଏକ ବାଇପାସ୍ ରାସ୍ତା ପାଇଁ ଉତ୍ତ୍ୟକ୍ତଲୋକେ ଦାବି କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣଧୀନ କରିବାକୁ ଉଦ୍ୟମ ଚଳାଇଛି ।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ଭାଗୀରଥୀ ଛକ ନକିଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ବିଦ୍ୟଭୂଷଣ ସଂସ୍କୃତ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ରିଙ୍କି ମନହିରା ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେ ସାଇକେଲରେ ଯାଉଥିବା ବେଳେ ପୁଲିସ ତାଙ୍କୁ ଧକ୍କା ଦେଇଥିଲା ।

Leave A Reply