ଯୌତୁକ ଦାବିରେ ବୋହୂକୁ ଏସିଡ୍‌ ମାଡ ଅଭିଯୋଗ

0

ଯାଜପୁର: ଯୌତୁକ ପାଇଁ ବୋହୂ ଉପରକୁ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ସମ୍ବେଦନଶୀଳ ଘଟଣା ଯାଜପୁର ଜିଲା ପାଣିକୋଇଲି ଥାନା କରଦା ଗାଁରେ ଘଟିଛି । ଗାଁର ବିନୋଦ ସେଠୀଙ୍କ ପତ୍ନିଙ୍କୁ ଏସିଡ ଢ଼ାଳି ଶାଶୁ,ନଣନ୍ଦ,ସ୍ୱାମୀ ହତ୍ୟା କରିବାକୁ ଉଦ୍ୟମ କରିଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ବିବାହର ମାତ୍ର ଦୁଇ ମାସ ମଧ୍ୟରେ ବାରମ୍ବାର ଯୌତୁକ ଦାବି କରି ମହିଳାଙ୍କୁ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଏନେଇ ପୂର୍ବରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପରେ ଉଭୟ ପରିବାର ମଧ୍ୟରେ ଆପୋଶ ମିଳାମିଶା ହୋଇଥିଲେ ହେଁ ପୁଣି ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୁଲିସ ଚୁପ ହୋଇ ବସିରହିଛି ବୋଲି ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply