ସ୍ତ୍ରୀଙ୍କୁ ଜୁଆରେ ହାରିଲେ ସ୍ବାମୀ, ଜୁଆଡ଼ିଙ୍କ ସହ ନ ଯିବାରୁ ଏସିଡ୍‌ ଢାଳିଦେଲେ

ଜୁଆ​‌ ଖେଳୁ ଖେଳୁ ଟଙ୍କା ସରିଗଲା। ପରେ ସ୍ତ୍ରୀଙ୍କୁ ଜୁଆରେ ବାଜି ଲଗାଇଦେଲେ। ଶେଷରେ ସ୍ତ୍ରୀଙ୍କୁ ବି ଜୁଆରେ ହାରିଗଲେ। କିନ୍ତୁ ସ୍ତ୍ରୀ ଜୁଆଡ଼ିଙ୍କ ସହିତ ଯିବାକୁ ମଙ୍ଗିଲେ ନାହିଁ। ଫଳରେ ସ୍ବାମୀ ତାଙ୍କ ଉପରେ ଏସିଡ୍‌ ଢାଳିଦେଲେ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବିହାରର ଭାଗଲପୁର ଅଞ୍ଚଳରେ।

କିଛିଦିନ ତଳେ ଏହି ଘଟଣା ଘଟିଥିଲାବେଳେ ଏବେ ଏହା ସାମ୍ନାକୁ ଆସିଛି। ପୀଡ଼ିତା କହିଛନ୍ତି, ତାଙ୍କ ସ୍ବାମୀ ଜୁଆ ଖେଳିଲା ସମୟରେ ତାଙ୍କୁ ବାଜି ଲଗାଇଥିଲେ। ସେଥିରେ ହାରିଯିବା ପରେ ତାଙ୍କୁ ଅନ୍ୟ ଜୁଆଡ଼ିଙ୍କ ସହିତ ଯିବାକୁ କହିଥିଲେ। ସେ ବିରୋଧ କରିବାରୁ ସ୍ବାମୀ ତାଙ୍କ ଶରୀରରେ ଏସିଡ୍‌ ପକାଇ ଦେଇଥିଲେ। ଏହା ପରେ ତାଙ୍କୁ ଏକ ଘରେ ବନ୍ଦୀ କରି ରଖିଥିଲେ।

ନିକଟରେ ପୀଡ଼ିତା କୌଶଳକ୍ରମେ ତାଙ୍କ ଶାଶୁଘରୁ ଲୁଚି ପଳାଇବାରେ ସକ୍ଷମ ହୋଇଥିଲେ। ସେଠାରୁ ସେ ନିଜ ବାପଘରକୁ ଚାଲିଯାଇଥିଲେ। ଶାଶୁଘର ଲୋକଙ୍କ ଭୟରେ ସେ ଥାନାରେ ବି ଅଭିଯୋଗ କରି ନ ଥିଲେ। ପୀଡ଼ିତା କହିଛନ୍ତି, ବିବାହାର ୧୦ ବର୍ଷ ପରେ ସେମାନଙ୍କର କୌଣସି ସନ୍ତାନସନ୍ତତି ହୋଇ ନ ଥିଲା। ଏଥିପାଇଁ ସ୍ବାମୀ ତାଙ୍କୁ ଏପରି ଭୟଙ୍କର ନିର୍ଯାତନା ଦେଇଛନ୍ତି ବୋଲି ସେ କହିଛନ୍ତି।

Comments are closed.