ସ୍ତ୍ରୀ ଉପରକୁ ଏସିଡ୍‍ ଫୋଫାଡିଲା ସ୍ୱାମୀ

ମାଲକାନଗିରି : ମାଲକାନଗିରି ଜିଲା ଏମଭି ୭୯ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ଏମଭି ୮୩ ଗ୍ରାମର ମମତା ଯୋଦ୍ଧାର ନାମକ ଜଣେ ମହିଳା ନିଜ ସମ୍ପର୍କୀୟଙ୍କ ସହ ଏମଭି ୭୯ ବଜାର ଯାଇଥିବା ବେଳେ ପଛପଟୁ ତାଙ୍କ ସ୍ୱାମୀ ତପନ ମମତାଙ୍କ ଉପରେ ଏସିଡ ଫୋଫାଡି ଥିଲେ । ଏସିଡ ମାଡ ଯୋଗୁଁ ମମତାଙ୍କ ଶରୀରର କିଛି ସ୍ଥାନ ପୋଡିଯାଇଛି ।
ସୂଚନା ଅନୁସାରେ ମମତା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ଯୋଗୁଁ ମମତା ବିବାହାର ୨ ମାସ ପରେ ନିଜ ବାପା ଘରେ ରହୁଥିଲେ ।
ତେବେ ପାରିବାରିକ କଳହ ଯୋଗୁଁ ଏପରି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମମତା ବର୍ତ୍ତମାନ ଏମଭି ୭୯ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାମୀ ତପନ ମଣ୍ଡଳ ଘଟଣା ପରେ ଫେରାର ଥିବା ଜଣାପଡିଛି।

Comments are closed.