ଜମିବାଡିକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ

0

ଅନୁଗୁଳ : ଜମିବାଡିକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରକୁ ଏସିଡ ମାଡ ହୋଇଛି। ଅନୁଗୁଳ ଜିଲା ଠାକୁରଗଡ ଥାନା ବରମ ଗ୍ରାମରେ ଏହି ଘଟଣା ଘଟିଛି। ଏସିଡ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ଶୁକୃ ମାଝି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏସିଡ ମାଡ ପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଠାକୁରଗଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply