କେବିସିରେ ନଜର ଆସିବେ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର : କନ୍ଧମାଳ ସାଂସଦ ତଥା ଓଡ଼ିଶାର ପରିଚିତ ସମା‌ଜସେବୀ ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଖୁବଶୀଘ୍ର ସୋନି ଟିଭିର ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି(କେବିସି)’ରେ ନଜର ଆସିବେ। ସେ ଅମିତାଭ ବଚ୍ଚନ ଉପସ୍ଥାପନା କରୁଥିବା କେବିସି କୁଇଜ୍‌ ସୋ’ର ସ୍ବତନ୍ତ୍ର କରମବୀର ଏପିସୋଡ୍‌ରେ ଦେଖାଦେବାର ସୂଚନା ମିଳିଛି।

ନଭେମ୍ବର ୧୫ ତାରିଖ ରାତି ୯ଟାରେ ସୋନି ଟିଭିରେ ଏହି ଏପିସୋଡ୍‌ ପ୍ରସାରିତ ହେବ। ତାଙ୍କ ସହିତ କେବିସିର ହଟ୍ ସିଟରେ ବଲିଉଡ୍ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଦେଖିବାକୁ ମିଳିବ।

Comments are closed.