ବଦଳିଲା କର୍କଟ କେନ୍ଦ୍ର ନାମ

କଟକ : ରାଜ୍ୟ ସରକାର କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରିଛନ୍ତି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ବଦଳରେ ଏଣିକି ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ କ୍ୟାନସରଭାବେ କାର୍ଯ୍ୟ କରିବ। କର୍କଟ କେନ୍ଦ୍ରରେ ବର୍ତ୍ତମାନ ୨ଟି ବିଭାଗରେ ଏମସିଏଚ ପାଠ୍ୟକ୍ରମ ଖୋଲିଥିବାବେଳେ ଖୁବଶୀଘ୍ର ଅନ୍ୟ ୨ଟି ବିଭାଗରେ ଏମସିଏଚ ପାଠ୍ୟକ୍ରମ ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନିବେଦନ କରାଯାଇଛି। ରୋଗୀ ଚିକିତ୍ସା ସହିତ ଏମସିଏଚ ପାଠ୍ୟକ୍ରମ ଆରମ୍ଭ ହୋଇଥିବାରୁ ସରକାର କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.