ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପରିବା​ର ଲୋକ​‌ ସବିଆଇ ତଦନ୍ତ  ଦାବି କରିଛନ୍ତି।  ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ଭାଇ ତଦନ୍ତର ଅଗ୍ରଗତି ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି। ଇତିମଧ୍ୟରେ ସୌମ୍ୟଙ୍କ ମୃତ୍ୟୁର ୨୧ ଦିନ ବିତି ଯାଇଥିଲେ ସୁଦ୍ଧା ଘଟଣାରେ ଏଯାବତ୍‍ ପୋଲିସ କାହାରିକୁ ଗିରଫ କରିନାହିଁ। ମାମଲାର ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ନାହିଁ। ପୁଲିସ ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ ଜାରି ରଖିଥିଲେ ମଧ୍ୟ ପ୍ରକୃତ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।

Comments are closed.