ଲୁଟ୍ ମାମଲାରେ ୪ ଅଭିଯୁକ୍ତ ଗିରଫ

0

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ତାଳପଡ଼ା-ଆମ୍ବଝରୀର ଏକ ଘରୋଇ ଫାଇନାନ୍ସ କମ୍ପାନୀର ପରିଚାଳକଙ୍କ  ଠାରୁ ୧ଲକ୍ଷ ୨୦ହଜାର ଟଙ୍କା ଲୁଟ୍ ମାମଲାରେ ସଂପୃକ୍ତ ୪ଜଣଙ୍କୁ ପୁଲିସ ଗିରଫ କରିଛି । ଘଟଣା ଦିନ ଡ଼କାୟତି ମାନେ ତାଙ୍କୁ ପିସ୍ତଲ ଦେଖାଇ ତାଙ୍କଠାରୁ ଟଙ୍କା, ମୋବାଇଲ୍  ଲୁଟି ନେଇଥିଲେ । ପୂର୍ବରୁ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଯୋଗୀ ଗୌଡ଼କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଦିଲିପ ଦାସ ପୁଲିସର ଗୁଳି ମାଡ଼ରେ ଆହତ ହୋଇଥିଲା । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ତତ୍ୱାବଧାନରେ ଖଲିକୋଟ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଗଠିତ ଟିମ୍ ମାମଲାରେ ସଂପୃକ୍ତ କରୁଣାକର ବେହେରା, ସନ୍ତୋଷ ଗୌଡ଼, ଲିଲୁ ପ୍ରଧାନ ଓ ଗୋବିନ୍ଦ ମହାରଣାଙ୍କୁ ଧରିବାରେ ସଫଳ ହୋଇଛି । ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୩ଟି ଗୁଳି, ୧୨ ହଜାର ଟଙ୍କା, ମୋବାଇଲ୍ ଓ ମୋଟର ସାଇକେଲ ଜବତ କରିଛି ।

Leave A Reply