ବିମାନ କମ୍ପାନୀର ଲୋଭନୀୟ ଅଫର: ବାପା-ମା’ଙ୍କ ସହ ୪ ପିଲାଙ୍କୁ ମାଗଣା ଯାତ୍ରା ସୁଯୋଗ, ସର୍ବନିମ୍ନ ଟିକେଟ ମୂଲ୍ୟ ୮୭୭ ଟଙ୍କା

ନୂଆଦିଲ୍ଲୀ:  କରୋନା ଭାଇରସ କାରଣରୁ ଖରାପ ଆର୍ଥିକ ଅବସ୍ଥାରେ ଥିବା ଏୟାରଲାଇନ୍ସ କମ୍ପାନୀଗୁଡିକ  ଧୀରେଧୀରେ କାରବାର ବଢ଼ାଇବାରେ ଲାଗିଛନ୍ତି । ଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରିଆତି ପ୍ରଦାନ କରୁଛନ୍ତି ।  ଭାରତୀୟ ବିମାନ ସେବା ଯାତ୍ରୀମାନଙ୍କୁ ଅଗ୍ରୀମ ବୁକିଂ ଏବଂ ଭାରି ରିହାତି ପ୍ରଦାନ କରୁଛି। ମାତ୍ର ୟୁଏଇର ଏଟିହାଦ୍ ଏୟାରଲାଇନ୍ସ କମ୍ପାନୀ ଦୁବାଇ ଯିବାକୁ ବାପା ମାଙ୍କ ଟିକେଟରେ ୪ ପିଲାଙ୍କୁ ମାଗଣା ଯାତ୍ରା କରିବାକୁ ସୁଯୋଗ ଦେବାକୁ ଘୋଷଣା କରିଛି । 
ଏହି ସୁଯୋଗ ଜାନୁଆରୀ ୨୮ରୁ ୩୦ ଯାଏ ଚାଲିବ । ବ୍ୟବସ୍ଥା ଅନୁସାରେ ଜଣେ ପିତା ବା ମାତାଙ୍କ ସହ ୨ ଜଣ ପିଲା ମାଗଣା ଯାତ୍ରା କରିପାରିବେ । ଯଦି ବାପା-ମା’ ଯାତ୍ରା କରୁଥିବେ ତେବେ ୪ ଜଣ ପିଲାଙ୍କୁ ମାଗଣା ଯାତ୍ରା ସୁଯୋଗ ମିଳିବ । ୧୧ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ମାଗଣା ଯାତ୍ରା ସୁଯୋଗ ଦିଆଯିବ ବୋଲି କମ୍ପାନୀ ଘୋଷଣା କରିଛି । ଏଥିପାଇଁ ୨୮ ଜାନୁଆରୀ ପର୍ଯ୍ୟନ୍ତ ଟିକେଟ୍ କିଣାଯାଇ ପାରିବ ।  ଦିଲ୍ଲୀ ଏବଂ ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ଟିକେଟ୍ ମୂଲ୍ୟ ଯଥାକ୍ରମେ ୧୬୪୪୭ ଟଙ୍କା ଓ ୧୩୧୫୫ ଟଙ୍କା ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । 
ସେହିପରି ଭାରତୀୟ ବିମାନ କମ୍ପାନୀ ଇଣ୍ଡିଗୋ ମଧ୍ୟ ଘରୋଇ ବିମାନ ପାଇଁ ସର୍ବନିମ୍ନ ୮୭୭ ଟଙ୍କା ଭଡ଼ା ଆରମ୍ଭ କରିଛି । ଏହି ଅଫର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ହେବ। ତେବେ କେବଳ ଜାନୁଆରୀ ୧୭ ପର୍ଯ୍ୟନ୍ତ ଟିକେଟ୍ କ୍ରୟ କରାଯାଇପାରିବ | ଇଣ୍ଡିଗୋର ରାଜସ୍ୱ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି ଯେ ଆମେ ଆଶା କରୁଛୁ ଯାତ୍ରୀମାନେ ବୁକିଂରେ ୮୭୭ ଟଙ୍କାରୁ ଅଧିକ ଅଂଶ ଗ୍ରହଣ କରିବେ। ସେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ବିମାନ ଭ୍ରମଣର ଧାରା ବହୁତ ଭଲ ରହିଛି। ଟୀକା ମିଳିବା ପରେ ବିମାନ ସେବା ଅଧିକ ଗତିଶୀଳ ହେବ ବୋଲି ସଞ୍ଜୟ କହିଛନ୍ତି । 

Comments are closed.