ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ ; ଦୂର ହେବ ସମସ୍ୟା, ମିଳିବ ଶୁଭଫଳ

ମେଷ ରାଶି – ଧନପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ୟ୍ୟଦେବଙ୍କୁ ଦର୍ଶନ କରନ୍ତୁ। ଏହାପରେ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ଗୁଡ଼ର କ୍ଷୀରୀ ଭୋଗ କରି ମହିଳାଙ୍କୁ ଏହାକୁ ବାଣ୍ଟି ଦିଅନ୍ତୁ।
ବୃଷ ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ପ୍ରଭୁ ଶଙ୍କରଙ୍କୁ ଦର୍ଶନ କରନ୍ତୁ। ଶୁକ୍ରବାର ଦିନ ଶିବଲିଙ୍ଗରେ ଗୋଟା ଅରୁଆ ଚାଉଳ ପ୍ରଭୁଙ୍କୁ ଅର୍ପଣ କରିବା ସହ ଦହି ଚିନି ଖାଇ ଘରୁ କାର୍ୟ୍ୟରେ ଯାଆନ୍ତୁ।
ମିଥୁନ ରାଶି – ଆର୍ଥିକ ସମସ୍ୟା ଦୂର ପାଇଁ ସକାଳେ ସ୍ନାନ ପରେ ସର୍ବପ୍ରଥମେ ମା’ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଦର୍ଶନ କରନ୍ତୁ। ପାଞ୍ଚଟି ଗେଣ୍ଡୁ ଫୁଲ ପ୍ରଭୁ ଗଣେଶଙ୍କୁ ଅର୍ପଣ କରିବା ସହ କନ୍ୟାଙ୍କୁ ମିଠା ଖାଇବାକୁ ଦିଅନ୍ତୁ।
କର୍କଟ ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରନ୍ତୁ। ପ୍ରଭୁଙ୍କୁ ତୁଳସୀ ପତ୍ର , ମିଶ୍ରି , ଲହୁଣୀ , ଅର୍ପଣ କରନ୍ତୁ। ଲାଲ ଚନ୍ଦନର ତିଳକ ପ୍ରଭୁଙ୍କୁ ଲଗାନ୍ତୁ।
ସିଂହରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ୟ୍ୟଦେବଙ୍କୁ ଦର୍ଶନ କରନ୍ତୁ। ବକେୟା ଅର୍ଥ ପ୍ରାପ୍ତି ପାଇଁ ଦକ୍ଷିଣ ହସ୍ତରେ ଲାଲ ଗୋଲାପ ପ୍ରଭୁ ହନୁମାନଙ୍କ ଚରଣରେ ଅର୍ପଣ କରି ତାହାକୁ ନିଜ ପର୍ସରେ ରଖନ୍ତୁ।
କନ୍ୟା ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରନ୍ତୁ। ଧଳା ଅରୁଆ ଚାଉଳ ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଘରେ ପ୍ରଭୁ ଗଣେଶଙ୍କ ନିକଟରେ ଏକ ଗୁଆ ରଖନ୍ତୁ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଭଗବାନ ଲକ୍ଷ୍ମୀନାରାୟଣଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ପାଞ୍ଚଟି ବୁନ୍ଦି ଲଡ଼ୁ ପ୍ରଭୁ ହନୁମାନଙ୍କ ନିକଟରେ ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଧନ ପ୍ରାପ୍ତି ପାଇଁ ତୁଳସୀ ବୃକ୍ଷ ବିଷ୍ଣୁଙ୍କ ମନ୍ଦିରରେ ଲଗାନ୍ତୁ। ବ୍ୟବସାୟିକ କାର୍ୟ୍ୟରେ ଯିବା ପୂର୍ବରୁ ଶ୍ରୀରାମଙ୍କ ସ୍ତୁତି ପାଠ କରନ୍ତୁ।
ଧନୁ ରାଶି – ଧନ ପ୍ରାପ୍ତି ପାଇଁ ପ୍ରଭୁ ହନୁମାନଙ୍କୁ ଦର୍ଶନ କରନ୍ତୁ। ପାଞ୍ଚଟି ପାନର ପତ୍ର, ହଳଦିଆ ମିଠା ଅଶ୍ୱତ୍ଥ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ।
ମକର ରାଶି – ଧନ ପ୍ରାପ୍ତି ପାଇଁ ମା’ଗାୟତ୍ରୀଙ୍କର ଦର୍ଶନ କରନ୍ତୁ। ଯେକୌଣସି ମହତ୍ତ୍ୱ ପୂର୍ଣ୍ଣ କାର୍ୟ୍ୟରେ ଯିବା ପୂର୍ବରୁ ଧଳା ଫୁଲ ନିଜ ପାଖରେ ରଖନ୍ତୁ। ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ।
କୁମ୍ଭ ରାଶି – ଧନ ପ୍ରାପ୍ତି ପାଇଁ କଦଳୀ ବୃକ୍ଷ ନିକଟରେ ଦେଶୀ ଘିଅର ଦୀପ ଲଗାନ୍ତୁ। ଯେକୌଣସି କାର୍ୟ୍ୟରେ ଯିବା ପୂର୍ବରୁ ପ୍ରଭୁ ହନୁମାନଙ୍କୁ ମିଠାପାନ ଅର୍ପଣ କରନ୍ତୁ।
ମୀନ ରାଶି – ଧନ ପ୍ରାପ୍ତି ପାଇଁ କେସର ତିଳକ ପ୍ରଭୁ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ସେହି ତିଳକ ନିଜ ମଥାରେ ଲଗାନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ ପେଡ଼ା ଭୋଗ ଅର୍ପଣ କରନ୍ତୁ।

Comments are closed.