ଜଣାଅଜଣାରେ ହେଉଥିବା ଏହି ସବୁ ଭୁଲ୍ ପାଇଁ ପିଛା ଛାଡେନି ଦୁର୍ଭାଗ୍ୟ

0
ଧନ ସମ୍ପତ୍ତି ବୃଦ୍ଧି ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ରହିଛି । ଏହା ସହ ଯଦି କୌଣସି ବ୍ୟକ୍ତିର ଦୁର୍ଭାଗ୍ୟ ପିଛା ଛାଡୁ ନଥିବ ତାହାର ମଧ୍ୟ ଉପାୟ ରହିଛି । ଅନେକ ସମୟରେ ଏମିତି ହୁଏ କି, ପରିଶ୍ରମ ତୁଳନାରେ ସଫଳତା ମିଳେନାହିଁ । ଯଦି ଆପଣଙ୍କ ଜୀବନରେ ଏଭଳି କିଛି ସମସ୍ୟା ରହିଛି ତେବେ ଏହାର କାରଣ ନିତିଦିନିଆ ଜୀବନ ଶୈଳୀ ହୋଇପାରେ । ନତିଦିନିଆ କାର୍ଯ୍ୟକଳାପରେ କରୁଥିବା ଏହି ଭୁଲ୍‌ ପାଇଁ ଦୁର୍ଭାଗ୍ୟ ପିଛା ଛାଡିନଥାଏ ।

ଯେଉଁ ଘରେ ପିତୃପକ୍ଷରେ ପିତୃ ପୁରୁଷଙ୍କୁ ତର୍ପଣ ଅର୍ପଣ କରାଯାଏ ନାହିଁ, ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହା ସହ ପିତୃପୁରୁଷ ମଧ୍ୟ ଅଶାନ୍ତି ହୋଇଥାଆନ୍ତି, ଯାହା ଦ୍ବାରା ଘରେ ସର୍ବଦା ଧନହାନି ହୋଇଥାଏ ।

ଯେଉଁ ଘରେ ଦେବୀ-ଦେବତାଙ୍କ ପୂଜା କରାଯାଏ ନାହିଁ , ଏହା ସହ ଶଙ୍ଖ ଓ ଘଣ୍ଟ ବଜା ଯାଏ ନାହିଁ ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ ।

ଯେଉଁ ଘରେ ସୂର୍ଯ୍ୟାସ୍ତ ପୂର୍ବରୁ ଛାଡୁ ଲଗାଯାଏ ସେହି ଘରେ ମାତା ଲକ୍ଷ୍ମୀ ରହିବାକୁ ପସନ୍ଦ କରିଥାଆନ୍ତି । ତେଣୁ ସନ୍ଧ୍ୟା ସମୟରେ ଭୁଲରେ ମଧ୍ୟ ଘରେ ଛାଡୁ କରନ୍ତୁ ନାହିଁ ।

ଯେଉଁ ଘରର ସଦସ୍ୟମାନେ ନଖକୁ ଚୋବାଇ ଖାଇବାର ଅଭ୍ୟାସ ରଖନ୍ତି, ସେ ଘରକୁ ମା’ ଲକ୍ଷ୍ମୀ କେବେବି ଯାଆନ୍ତି ନାହିଁ ।

ଯଦି ରାତିରେ ଅଇଁଠା ବାସନ ପକାଇ ରଖି ସକାଳେ ସଫା କରୁଛନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ଏପରି କରିବା ଦ୍ବାରା ଧନହାନି ହୋଇଥାଏ ।

ରାତିରେ ଶୋଇବା ପୂର୍ବରୁ ହାତ ଗୋଡ ଧୁଆଧୁଇ ନହେଲେ, ତାହାକୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ।

ଯେଉଁ ଘରେ ଦୀପକୁ ପାଟିରେ ଫୁଙ୍କି ଲିଭାଯାଏ ସେ ଘରେ ମା’ ଲକ୍ଷ୍ମୀ ରୁହନ୍ତି ନାହିଁ ।

ଯଦି ଆପଣ ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଢାଉଛନ୍ତି, ତାହା ଅଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି ।

Leave A Reply