ବାଇକ ଦୁର୍ଘଟଣାରେ ଜଣେ ମୃତ

ବଡ଼ସାହି : ମୟୁରଭଞ୍ଜ ଜିଲା ମାଣତ୍ରୀ-ଭୀମଦା ରାସ୍ତାରେ ରବିବାର ବାଇକ ଦୁର୍ଘଟଣାରେ ଜଣେ ପ୍ରାକ୍ତନ ପଦାତିକ ବାହିନୀର କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରେମୁଣା ଥାନା ଅଧୀନ ରାଉତରାପୁର ଗ୍ରାମର ଶିବ କମିଳା।

ସୁଚନା ଅନୁଯାୟୀ,  ଶିବଙ୍କ ଶରୀର ଅସୁସ୍ଥ ଥିବାରୁ ସେ ମାଣତ୍ରୀ ଡାକ୍ତରଖାନାକୁ ଆସିଥିଲେ। ସେଠାରୁ ଫେରୁଥିବା ବେଳେ ଭୀମଦା ଘୋଷରା ପୋଲରେ ଭାରସ୍ୟାମ ହରାଇ   ଦୁର୍ଘଟଣାର ଶିକାର ହୋଇଥିଲେ। ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲକୁ ସ୍ଥନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Comments are closed.