କଲର୍ଭଟକୁ ପିଟିଲା ବାଇକ ; ୨ମୃତ, ଜଣେ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ଅଲେଇକେରା ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ୩ଜଣ ଯୁବକ ବାଙ୍କିବାହାଲ ଗ୍ରାମର ଦୀପକ ମାଝୀ(୨୨), ଶଶିରାମ ମୋଚୀ(୧୮) ଓ ରଞ୍ଜନ ପ୍ରଧାନ(୨୦) ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କିଞ୍ଜିରକେଲା ଥାନା ଅଞ୍ଚଳର କୁଲବା ପଞ୍ଚାୟତ ବାଙ୍କିବାହାଲ ଗ୍ରାମର ତିନି ଯୁବକ ଦୀପକ , ଶଶିରାମ ଓ ବିଦେଶୀ ଏକ ବାଇକରେ କୁଲବାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଅଲେଇକେରା ଗ୍ରାମ ମୋଚିପଡ଼ା ବୁଲାଣିଆରେ ବାଇକ ଚାଳକ ଭାରସାମ୍ୟ ହରାଇ ଏକ କଲର୍ଭଟକୁ ଜୋରରେ ପିଟିଦେବାରୁ ବାଇକ ସହ ଚାଳକ ଓ ଅନ୍ୟ ସହଯାତ୍ରୀ କଲର୍ଭଟ ତଳକୁ ଛିଟକି ପଡ଼ିଥିଲେ। ଘଟଣାସ୍ଥଳରେ ଦୀପକ ମାଝୀ ଓ ଶଶିରାମ ମୋଚୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦେଶୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଦର ପୁଲିସକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ମେଡିକାଲ ପଠାଯାଇଥିଲା ହେଲେ ରଞ୍ଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ଜଣାପଡ଼ିଛି। ସଦର ପୁଲିସ ଏକ ମାମଲା ରୁଜୁ କରି ମୃତ ଦୁଇ ଯୁବକଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଇଛି। ଯୁବକଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳ ଓ ତାଙ୍କ ଗ୍ରାମରେ ଶୋକ ଖେଳାଇ ଦେଇଛି।

 

 

Comments are closed.