ଶିଶୁ ମୃତ୍ୟୁ ଘଟଣାରେ ଟ୍ରାକ୍ଟର ଚାଳକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଲିପଡ଼ା- ସରସ୍ବତୀପଡ଼ା ରାସ୍ତାର ଲକ୍ଷ୍ମୀପଶି ଗ୍ରାମ ରାଣି ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ୍ୟୁ ଘଟଣାରେ ଶନିବାର ଟ୍ରାକ୍ଟର ଚାଳକକୁ ପାଟଣା ପୁଲିସ ଗିରଫ କରିଛି । ଗିରଫ ଟ୍ରାକ୍ଟର ଚାଳକ ନୟାକୋଟ ଥାନା ତିଳପଶି ଗ୍ରାମର ଲକ୍ଷ୍ମଣ ମୁଣ୍ଡା (୨୨) ବୋଲି ଜଣାପଡିଛି । ସେ ଲକ୍ଷ୍ମିପଶି ଗ୍ରାମରେ ରହି ଟ୍ରାକ୍ଟର ଚଳାଉଥିଲେ । ଗୁରୁବାର ଟ୍ରାକ୍ଟରଟି ଲକ୍ଷ୍ମୀପଶି ଗ୍ରାମ ପଟୁ ସୁଆଗପୁର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ ।

Comments are closed.