ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଅନ୍ତର୍ଗତ ବେଲଗାଁ ନିକଟରେ ଜାତୀୟ ରାଜପଥ ୨୬ରେ ଏକ ଟ୍ରକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳୁ ନବରଙ୍ଗପୁରରୁ ସମ୍ବଲପୁର ପଟକୁ ଯାଉଥିବା ଏକ ଖାଲି ତେଲ ଟ୍ୟାଙ୍କର ବେଲଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

Comments are closed.