ନିଶାଗ୍ରସ୍ତ ଟ୍ରକ ଚାଳକର କାରନାମା ; ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ

ପାଟଣା : କେନ୍ଦୁଝକ ଜିଲା ପାଟଣା ଜାତୀୟ ରାଜପଥ ପିପିଳିଆ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ୧୨ଚକିଆ ଟ୍ରକ ପ୍ରଥମେ ଗୋଟିଏ ବାଇକକୁ ଧକ୍କା ଦେବା ପରେ ପୁନଶ୍ଚ କିଛି ବାଟଯାଇ ଆଉ ଏକ ବାଇକ୍ ଉପରେ ଚଢିଯାଇଥିଲା ।  ଆଶ୍ଚର୍ଯ୍ୟ ଜନକ ଭାବେ ବାଇକରୁ ଛିଟିକି ଯାଇ ଦୁଇ ବାଇକ୍ ଆରୋହୀ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯିବା ସହ ଆହତ ହୋଇଛନ୍ତି । ଆହତ ଦ୍ବୟ ଭୋଳବେଡା ଗ୍ରାମର ଇଶ୍ବର ନାଏକ ଓ ବିଜୟ ବେହେରା ବୋଲି ଜଣାପଡିଛି । ସେମାନଙ୍କୁ ଏନ୍ଏଚ୍ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଢେଙ୍କିକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Comments are closed.