ବାଣୀବିହାର ଓଭରବ୍ରିଜ୍‌ ଉପରେ ଦୁର୍ଘଟଣା – ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବର ସହିଦନଗର ଥାନା ବାଣୀବିହାର ଓଭରବ୍ରିଜ୍‌ ଉପରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମୃତକ ଜଣକ ​‌ହେଉଛନ୍ତି ରାଉଲକେଲାର ରାହୁଲ ବାରିକ। ଗୁରୁତର ଆହତ ଜଣକ ହେଉଛନ୍ତି ସୁବାସ ସିଂ।

ସୁବାସ ଏକ ଘରୋଇ କଲେଜର ଛାତ୍ର। ରାହୁଲ ଦିଲ୍ଲୀରେ ରହି ପାଠ ପଢୁଥିଲେ। ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଥିଲେ। ରସୁଲଗଡରୁ ଖଣ୍ଡଗିରି ଫେରିବା ବାଟରେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଏକ ଅଜଣା ଗାଡି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ତେବେ ରାହୁଲର ମୃତ୍ୟୁ ଘଟିଥିବା ବେଳେ ସୁବାସ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Comments
Loading...