ସ୍କୁଟି ଧକ୍କାରେ ମହିଳାଙ୍କର ମୃତ୍ୟୁ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା  ଗୋଳନ୍ଥରା ଠାରେ ଥିବା ଗାନ୍ଧୀ କଲେଜ ସମ୍ମୁଖ ରାସ୍ତାରେ  ଏକ ସ୍କୁଟି ଧକ୍କାରେ ଜଣେ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ ବୃଦ୍ଧା ଜଣଙ୍କ ଜରଡ଼ା କୁମ୍ଭାର ସାହିର ଜମ୍ଭୁ ବେହେରା( ୬୭) ବୋଲି ପୁଲିସ କହିଛି l ସୂଚନା ଅନୁଯାୟୀ, ଜମ୍ଭୁ ନିଜ ଗାଁ ଜରଡ଼ାରୁ ବସ ଯୋଗେ ଗୋଳନ୍ଥରା ଥାନା ଅଧିନ ଗୋବିନ୍ଦନଗରରେ ରହୁଥିବା ଝିଅ ଘରକୁ ଆସୁଥିବା ବେଳେ ଭୁଲ ବଶତଃ ଜମ୍ଭୁ ଗୋବିନ୍ଦନଗରରେ ନ ଓହ୍ଲାଇ ବସଟି  ଗାନ୍ଧୀ କଲେଜ ଯାଏଁ  ଚାଲିଯାଇଥିଲା l ସେ ସେଠାରୁ ଓହ୍ଲାଇ ଝିଅକୁ ଫୋନ କରିବା ସହ ରାସ୍ତା କଡ଼ରେ ଅପେକ୍ଷା କରି ଠିଆ ହୋଇଥିଲେ। ଏହି ସମୟରେ ଇଚ୍ଛାପୁର ପଟୁ ବ୍ରହ୍ମପୁରକୁ ଯାଉଥିବା ଏକ ଦୃତଗାମୀ  ସ୍କୁଟି   ଆସି ଜମ୍ଭୁଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ l ଖବର ପାଇ କନିଷି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧା ଜଣଙ୍କୁ ଉଦ୍ଧାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି l ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି l

Comments are closed.