ଅଟୋକୁ ଧକ୍କା ଦେଲା ଫଳ ବୋଝେଇ ଭ୍ୟାନ : ଗୁରୁତର ଅଟୋ ଚାଳକ କଟକ ସ୍ଥାନାନ୍ତର

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର କଲରାଗଡ ଛକ ନିକଟରେ ଏକ ଫଳ ପେଟି ବୋଝେଇ ପିକଅପ ଭ୍ୟାନ ଭୁବନେଶ୍ୱର ଯାଉଥିବା ଏକ ଅଟୋକୁ ଧକ୍କା ଦେବାରୁ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ପିକ୍‍ଅପ୍‍ ଭ୍ୟାନଟି ରାସ୍ତାକଡକୁ ଓଲଟି ପଡିଥିଲା । ପିକ୍‍ଅପ୍‍ ଭ୍ୟାନ ଧକ୍କାରେ ଅଟୋଚାଳକ ମିଟୁ ସେଠୀ ଗୁରୁତର ଆହତ ହେବା ସହିତ ଘଟଣାସ୍ଥଳରେ ସଜ୍ଞାହୀନ ହୋଇ ପଡିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆଠଗଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଅଟୋଚାଳକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଖବରପାଇ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡିଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Comments are closed.