ହାଇୱା ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ

ବାସୁଦେବପୁର : ବାସୁଦେବପୁର ସହରର ଷ୍ଟେଟବ୍ୟାଙ୍କ ଛକ ନିକଟରେ ଆଜି ସନ୍ଧ୍ୟାରେ ହାଇୱା ଧକ୍କାରେ ଜଣେ ସାଇକେଲ ଆରୋହୀର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ବାସୁଦେବପୁର ଥାନା ରାଧାବଲ୍ଲଭପୁର ଗ୍ରାମର ଆନନ୍ଦ ସାହୁ ବୋଲି ଜଣାପଡିଛି । ଆନନ୍ଦ ବାସୁଦେବପୁର ସହରରେ ଜଣେ ସୁନା ରୁପା ବ୍ୟବସାୟୀ ଭାବେ ବେଶ ଜଣାଶୁଣା ବ୍ୟକ୍ତି । ଆଜି ସନ୍ଧ୍ୟାରେ ଦୋକାନରୁ ଘରକୁ ଫେରୁଥିବା ବେଳେ ଷ୍ଟେଟବ୍ୟାଙ୍କ ଛକ ନିକଟରେ ପଛପଟୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଦୁର୍ଘଟଣା ପରେ ହାଇୱାଟି ସ୍ଥାନୀୟ ଥାନାରେ ଆତ୍ମ ସମର୍ପଣ କରିଛି ।

Comments are closed.