ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ୍ ଚାଳକ ମୃତ,ଜଣେ ଆହତ

କଲମପୁର : କାଳହେଲା ବିବାହ ଭୋଜିରେ ଯୋଗ ଦେବା। ବିବାହ ଭୋଜିରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ରାସ୍ତାରେ ଘଟିଛି ଦୁର୍ଘଟଣା । ଯାହା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ଗଉଡ ଛେଣ୍ଡିଆ ଗ୍ରାମର ମନ୍ତ ବାଗ ଓ ସୁଜନ ବାଗ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ କଲମପୁର ବ୍ଲକ ଇଚ୍ଛାପୁର ଗ୍ରାମକୁ ଆସୁଥିବା ବେଳେ ବାବୁ କେନ୍ଦୁଗୁଡା ଠାରେ ପୂର୍ବରୁ ଛିଡ଼ା ହେଇଥିବା ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଯାହା ଫଳରେ ଉଭୟ ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ । ବାଇକ ଚାଳକ ମନ୍ତ ଵାଗର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁଜନ ବାଗର ଗୋଡ଼ ଭାଙ୍ଗି ଆହତ ହୋଇଛନ୍ତି। କିଛି ଲୋକ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ମନ୍ତ ବାଗକୁ ମୃତ ଘୋଷଣା କରିଥିଲେ। ଏହାସହ ଗୋଡ଼ ଭାଙ୍ଗି ଥିବା ସୁଜନର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ କଲମପୁର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments
Loading...