ବୁର୍ଲା ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା : ଅଟୋ ଉପରେ ମାଡ଼ିଗଲା ଟ୍ରକ, ଚାଳକଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲା ମହାନଦୀ ବ୍ରିଜ ଉପରେ ସଡକ ଦୁର୍ଘଟଣା । ଏକ ଅଟୋ ଉପରେ ମାଡି ଗଲା ଟ୍ରକ। ଫଳରେ ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇ ଚୁରମାର ହୋଇଯାଇଥିବା ବେଳେ ଅଟୋ ଚାଳକଙ୍କ ଘଟଣା ସ୍ଥଳରେ ହିଁ  ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ତେବେ ଅଟୋଟି ହୀରାକୁଦ ଗଡମୁଣ୍ଡା ଅଞ୍ଚଳର ଏବଂ ମୃତ ଚାଳକ ଜଣକଙ୍କ ନାମ ପିଣ୍ଟୁ ଖଡିଆ ବୋଲି ପରିଚୟ ମିଳିଥିବା ବେଳେ ଅଟୋରେ ରହିଥିବା ଆହତ ଜଣକଙ୍କ ନାମ ବାଦଲ ଖଡ଼ିଆ ବୋଲି ଜଣାପଡିଛି।
ତେବେ ଘଟଣା ସ୍ଥଳରେ ବୁର୍ଲା ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଦୁର୍ଘଟଣା ଘଟେଇଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଆମ୍ବ କଣ୍ଟ ପାଲି ଛକ ନିକଟରେ ପୁଲିସଟ୍ରକ କୁ ଧରିଥିବା ଜଣା ପଡ଼ିଛି। ତେବେ ଏହି ଦୁର୍ଘଟଣାଟି ମହାନଦୀ ପୋଲ ଉପରେ ଘଟିଥିବାରୁ ବରଗଡ଼- ସମ୍ବଲପୁର ଜାତୀୟ ରାଜପଥର ଉଭୟ ପଟରେ ହଜାର ହଜାର ଯାନ ବାହାନ ଅଟକି ରହିବା ସହିତ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଛି ।

Comments are closed.