ମାଉସୀ ଘର ହେଲା ଶେଷ ଘର….ରାସ୍ତାରେ ଦୁର୍ଘଟଣା, ପୁତୁରା ମୃତ

ଜି.ଉଦୟଗିରି : ସୁବ୍ରତ କୁମାର ଦାଶ ୨୮ ବର୍ଷ ଆଜି ନିଜ ମାଉସୀ ଘରକୁ ଆସି ଆଉ ଘରକୁ ଫେରି ନାହାନ୍ତି। ସୂଚନାରୁ ଜଣାପଡିଛି ଯେ, ଆଜି ଗଞ୍ଜାମ ଜିଲ୍ଲା ରମ୍ଭା ଗ୍ରାମର ସୁବ୍ରତ କୁମାର ଦାଶ (୨୮) ନିଜ ସାଙ୍ଗ କୋଦଳା ଗ୍ରାମର ସୁନୀଲ ଗୌଡ ୨୫ ବର୍ଷ ସହିତ ଟିକାବାଲି ସ୍ଥିତ ନିଜ ମାଉସୀ ଘରକୁ ଆସିଥିଲେ। ସେଠାରୁ ଖିଆପିଆ ସାରି ମାଉସୀଙ୍କ ସହ କଥା ହୋଇ ଏକ ବାଇକରେ ପ୍ରାୟ ୫ଟା ସମୟରେ ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ। ହେଲେ ବିଧିର କି ବିଡମ୍ବନା କିଛି ଅଲଗା ଥିଲା। ମାଉସୀ ଘର ଥିଲା ସେମାନଙ୍କ ପାଇଁ ଶେଷ ଘର। କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ପାଖରେ ଏକ ସୁରକ୍ଷା ପ୍ରଚୀରରେ ପିଟି ଘଟଣାସ୍ଥଳରେ ସୂବ୍ରତଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଖବର ପାଇ ଜି.ଉଦୟଗିରି ପୁଲିସ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଏସ.ଆଇ ବିଭୂତି ଭୂଷଣ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକକୁ ଜବତ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି।

Comments are closed.