ସଡକ ଦୁର୍ଘଟଣାରେ ବିଧାୟକ ଆଦିତି ସିଂହ ଗୁରୁତର

ରାୟବରେଲୀ : କଠୱାରା ନିକଟରେ ରାୟବରେଲୀ-ଲକ୍ଷ୍ନୌ ଜାତୀୟ ରାଜପଥରେ କଂଗ୍ରେସ ବିଧାୟକ ଆଦିତି ସିଂହଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଦିତି ସିଂହଙ୍କ ପିତା ତଥା ପୂର୍ବତନ ବିଧାୟକ ଅଖିଲେଶ ସିଂହ ଏବଂ ପୂର୍ବତନ ମନ୍ତ୍ରୀ ମନୋଜ ପାଣ୍ଡେ ହସ୍ପିଟାଲରେ ପହଞ୍ଚିଛନ୍ତି । ଜାତୀୟ ରାଜପଥରେ କେତେକ ଗାଡି ପରସ୍ପର ମଧ୍ୟରେ ଧକ୍କା ହେବା ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Comments are closed.