ପୁରୁଣା ରାଞ୍ଚି ରୋଡ୍‌ରେ ସଡ଼କ ଦୁର୍ଘଟଣା, ବାଇକ୍ ଚାଳକର ଶୋଚନୀୟ ମୃତ୍ୟୁ

ରେଙ୍ଗାଲି: ସିନ୍ଦୂରପଙ୍କ ଛକରୁ ପରମାଣପୁର ଦେଇ ବାମରାକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚି ରୋଡ୍‌ର ବାରଡୁଙ୍ଗୁରି ବନଦୁର୍ଗା ମନ୍ଦିର ପାଖରେ ଓଡି୨୩ଜେ ୫୧୬୬ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ବାଇକ୍ ଚାଳକର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ପରମାଣପୁର ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆହତ ଯୁବକକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାରେକୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ସେଠାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

ମୃତ ଯୁବକ ଜଣକ ଝାରସୁଗୁଡା, ଦେବାଡିହି ଗ୍ରାମର ମନୋଜ ଡନସନା (୨୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ମନୋଜ କତରବଗା ସ୍ଥିତ ତାଙ୍କ ମାମୁ ଘରକୁ ଆସିଥିଲେ। ନିଶାସକ୍ତ ଅବସ୍ଥାରେ ସେ ବାଇକ୍ ଚଲାଇବାରୁ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ତାଙ୍କ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Comments are closed.