୨ ବାଇକ ମୁହାମୁହିଁ, ଜଣେ ମୃତ ଜଣେ ଗୁରୁତର

ଖଡିଆଳ : ନୂଆପଡା ଜିଲା ଖଡିଆଳ-ସିନାପାଲି ମୁଖ୍ୟରାସ୍ତାର ଗଣ୍ଡାବାହାଲି ଗ୍ରାମର ସ୍କୁଲ ନିକଟରେ ୨ ବାଇକ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଖଡିଆଳ ଥାନା ଅନ୍ତର୍ଗତ କିରକିଟା ଗ୍ରାମର କବି ମାଝୀ ଏକ ବାଇକ୍‍ ଯୋଗେ କିରକିଟାରୁ ଗଣ୍ଡାବାହାଲିକୁ ଦୃତବେଗରେ ଯାଉଥିବା ବେଳେ ବିପରୀତ ଦିଗରୁ ବୋଡେନ ବ୍ଲକ କୁଲିଙ୍ଗାମାଲ ଗ୍ରାମର ଉମେଶ ଭରାସଗରୀଆ ଆସୁଥିଲେ। ଏହି ସମୟରେ ୨ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ କୁଲିଙ୍ଗାମାଲ ଗ୍ରାମର ଉମେଶ ଭରାସଗରୀଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ସିନାପାଲି ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିô ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିିର୍ କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କବି ମାଝୀଙ୍କୁ ମିଶନ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଛି। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Comments are closed.