ଟ୍ରକକୁ ପଛପଟୁ ଧକ୍କା ଦେଲା ଜନନୀ ଏକ୍ସପ୍ରେସ ; ୩ ମୃତ

ଭୋପାଳ : ବୁଧବାର ବିଳମ୍ବିତ ରାତିରେ ଜବଲପୁରର ଜାତୀୟ ରାଜପଥ -୩୦ରେ ଏକ ସଡକ ଦୁର୍ଘଟଣା ଘଟିଛି। ଢାବା ସାମ୍ନାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ଜନନୀ ଏକ୍ସପ୍ରେସ ଧକ୍କା ଦେଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି।  ଏଥିରେ ଚାଳକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗର୍ଭବତୀ ମହିଳାଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି।
ବୁଧବାର ବିଳମ୍ବିତ ରାତିରେ ଜବଲପୁରର ଜାତୀୟ ରାଜପଥ -୩୦ ରେ ପାର୍କିଂ ହୋଇଥିବା ଟ୍ରକକୁ ପଛପଟୁ ଏକ ଜନନୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚାଳକଙ୍କ ସମେତ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗର୍ଭବତୀ ମହିଳା, ତାଙ୍କ ସ୍ୱାମୀ ଏବଂ ଶାଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ପୁଲିସର ସୂଚନାନୁସାରେ, ବୁଧବାର ମଧ୍ୟରାତ୍ରୀରେ ଢାବା ସମ୍ମୁଖରେ ଟ୍ରକ  ଅଟକି ରହିଥିଲା।  ସେହି ସମୟରେ କାଟନୀ ପାର୍ଶ୍ୱରୁ ଆସୁଥିବା ଜନନୀ ଏକ୍ସପ୍ରେସ ଟ୍ରକ ସହିତ ଧକ୍କା ହୋଇଥିଲା। ଜନନୀ ଏକ୍ସପ୍ରେସର ଗତି ବହୁତ ଅଧିକ ଥିଲା, ଯେଉଁଥିପାଇଁ ଗାଡିର ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

Comments are closed.