ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ

ପାରାଦ୍ୱୀପ: କଟକ-ପାରାଦୀପ ରାସ୍ତାର ଖଣ୍ଡତରି ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଛିଡା ହୋଇଥିବା ଟ୍ରେଲର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୪ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ୮ ବର୍ଷର ଶିଶୁ ପୁତ୍ର ବୋଲି ଜଣାପଡିଥିବା ବେଳେ ଗୁରୁତର ୪ ଜଣଙ୍କର ମଧ୍ୟରେ ପରିବାରର ୩ ସଦସ୍ୟ ଓ ଚାଳକ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.