୨ ବାଇକ ମୁହାମୁହିଁ ଧକ୍କା ; ୩ ମୃତ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୨ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଓ ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ପରେ ଖବର ପାଇ ପୁଲିସ ଓ ସ୍ଥାନୀୟଲୋକେ ସଭିଁଙ୍କୁ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତରଙ୍କର ଚିକିତ୍ସା କରାଯାଉଛି ବୋଲି ସୂଚନା ମିଳିଛି।

 

Comments are closed.