ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଟ୍ରକ ଓଲଟି ୧୫ ଶ୍ରମିକ ମୃତ

ମୁମ୍ବଇ : ମହାରାଷ୍ଟ୍ରର ଜଲଗାଁଓ ଜିଲାର ୟାବଲ ଅନ୍ତର୍ଗତ କିନଗାଁଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ରବିବାର ବିଳମ୍ବିତ ରାତିରେ ଏଠାରେ ଏକ ଟ୍ରକ ଓଲଟି ପଡିବାରୁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହାସହ ଦୁର୍ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରକରେ ସମସ୍ତେ ଶ୍ରମିକ ଥିଲେ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.