ଟ୍ରକ ଧକ୍କାରେ ଜଣେ ମୃତ ; ୨ ଗୁରୁତର 

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା କେନାଲ ପୋଲ ନିକଟ ଜାତୀୟ ରାଜପଥ ୨୬ ରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଆଜି ଭୋର ସକାଳୁ ଏକ ଦ୍ରୁତ ଗ୍ରାମୀ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ୩ ଜଣଙ୍କୁ ଧକ୍କା ଦେଇ ଜଣଙ୍କୁ ବାଇକ ସହ ଘୋଷାଡ଼ି ନେଇଯାଇଥିଲା ।  ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।  ମୃତ ଜଣକ ହେଲେ ଚିକିଲି ଗ୍ରାମର ଯୋଗେନ୍ଦ୍ର ବେମାଲ ଏବଂ ଗୁରୁତର ୨ ଜଣ  କୋକସରା ଜଣେ ମହିଳା ରାମବତୀ ଦୀପ ଓ ବଙ୍ଗୋମୁଣ୍ଡା ଗ୍ରାମର ଅନ୍ତ ଗହୀର ।
ଗୁରୁତର ଦୁଇ ଜଣକୁ କୋକସରା ଅଗ୍ନିଶମ ଦମକଳ ବାହିନୀ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି ।  ଘଟଣାସ୍ଥଳରେ କୋକସରା ପୁଲିସ ପହଁଞ୍ଚି ତଦନ୍ତ ଜାରିରଖିଥିବା ବେଳେ ଅନ୍ୟପଟେ ଘଟଣାସ୍ଥଳରେ କ୍ଷତିପୂରଣ ଦାବିରେ ଲୋକ ମାନେ ଉତ୍ତେଜନା ଜାରି ରଖି ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗମନାଗମନ ବନ୍ଦ ରହିଛି । ଘଟଣାସ୍ଥଳେ ମୃତ ହୋଇଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିବା ସହ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.